ପୁରୀ : ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସକୁ ବୁଲି ଜିଲ୍ଲାପାଳ ସମର୍ଥ ବର୍ମା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥା ୱାପକ୍ସକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ଆନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚର ଉଭୟ ଦଳର ଖେଳାଳିଙ୍କ ସହ ଜିଲ୍ଲାପାଳ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ରବିଶଙ୍କର ପ୍ରତିହାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।