ଫେବୃଆରୀ ୨୧ରେ ଫରହାନ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଫେବୃଆରୀ ୨୧ରେ ଦ୍ୱିତୀୟ ବିବାହ କରିବେ। ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ । ଫରହାନଙ୍କ ପିତା ଜାଭେଦ ଅଖତର ଉକ୍ତ ଖବରକୁ ସୁନିଶ୍ଚିତ କରିଛନ୍ତି । ଜାଭେଦ ଅଖତରଙ୍କ ଖଣ୍ଡାଲା ଫାର୍ମ ହାଉସରେ ବିବାହ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

କଥିତ ରୂପେ ଫରହାନ ଓ ଶିବାନୀ ୩ ବର୍ଷ ହେବ ପ୍ରେମ ସମ୍ପର୍କରେ ଅଛନ୍ତି । ଜାଭେଦ ଅଖତର ବିବାହକୁ ନେଇ କହିଛନ୍ତି ଯେ, ହଁ ବିବାହ ହେଉଛି । ବିବାହର ସମସ୍ତ ପ୍ରସ୍ତୁତି ଉପରେ ୱେଡିଙ୍ଗ ପ୍ଲାନର ଧ୍ୟାନ ଦେଉଛନ୍ତି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ବଡ଼ ଆକାରର କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବୁ ନାହିଁ । ସେଥିପାଇଁ ଆମେ ଖୁବ୍ କମ୍ ଲୋକଙ୍କୁ ଡାକୁଛୁ । ଖାସ୍ କଥାଟି ହେଲା ଫରହାନ ଓ ଶିବାନୀଙ୍କ ମଧ୍ୟରେ ଭଲ ପଡ଼େ।