ଫେବୃଆରୀ ୨୧ରେ ଫରହାନ କରିବେ ଦ୍ୱିତୀୟ ବିବାହ By Shaksi News Last updated Feb 5, 2022 0 ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଫେବୃଆରୀ ୨୧ରେ ଦ୍ୱିତୀୟ ବିବାହ କରିବେ। ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ । ଫରହାନଙ୍କ ପିତା ଜାଭେଦ ଅଖତର ଉକ୍ତ ଖବରକୁ ସୁନିଶ୍ଚିତ କରିଛନ୍ତି । ଜାଭେଦ ଅଖତରଙ୍କ ଖଣ୍ଡାଲା ଫାର୍ମ ହାଉସରେ ବିବାହ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 କଥିତ ରୂପେ ଫରହାନ ଓ ଶିବାନୀ ୩ ବର୍ଷ ହେବ ପ୍ରେମ ସମ୍ପର୍କରେ ଅଛନ୍ତି । ଜାଭେଦ ଅଖତର ବିବାହକୁ ନେଇ କହିଛନ୍ତି ଯେ, ହଁ ବିବାହ ହେଉଛି । ବିବାହର ସମସ୍ତ ପ୍ରସ୍ତୁତି ଉପରେ ୱେଡିଙ୍ଗ ପ୍ଲାନର ଧ୍ୟାନ ଦେଉଛନ୍ତି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ବଡ଼ ଆକାରର କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବୁ ନାହିଁ । ସେଥିପାଇଁ ଆମେ ଖୁବ୍ କମ୍ ଲୋକଙ୍କୁ ଡାକୁଛୁ । ଖାସ୍ କଥାଟି ହେଲା ଫରହାନ ଓ ଶିବାନୀଙ୍କ ମଧ୍ୟରେ ଭଲ ପଡ଼େ। Continue Reading Bollywoodbreaking newsEntertainmentshaksinews 0 Share