ମୁକେଶଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଚେୟାରମ୍ୟାନ୍‌ ଗୌତମ ଅଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦୁନିଆର ସବୁଠୁ ଧନୀ ତାଲିକାରେ ମଧ୍ୟ ନିଜ ନାଁକୁ ସାମିଲ କରିଛନ୍ତି । ଫୋର୍ବସ ରିୟଲ ଟାଇମ ବିଲିୟନେୟର ଇର୍ଡେକ୍ସ ଜାରି କରିଛି । ଏଥିରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୯୦.୧ ଅରବ ଡଲାର ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କର ୮୯.୪ ବିଲିୟନ ଡଲାର ରହିଛି । ଆଦାନୀ କେବଳ ଅମ୍ବାନୀଙ୍କୁ ନୁହେଁ ମେଟାର ମାର୍କ ଜୁକରବର୍ଗଙ୍କୁ ମଧ୍ୟ ଅଦାନୀ ପଛରେ ପକାଇ ଦେଇଛନ୍ତି ।

ସେହିପରି ଏଲନ ମସ୍କ ଏବେ ବି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହିଛନ୍ତି । ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟ ଅନୁଯାୟୀ ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୦ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ୱର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ସେହିପରି ଏହି ତାଲିକାର ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ୨.୨ ବିଲିୟନ ଡଲାର କମିଛି । ଫଳରେ ତାଙ୍କର ମୋଟ ସମ୍ପତ୍ତି ୮୯ ବିଲିୟନ ଡଲାରକୁ ଖସି ଆସିଛି । ମୁକେଶ ଅମ୍ବାନୀ ଏବେ ବିଶ୍ୱର ଧନୀ ତାଲିକାରେ ୧୧ତମ ସ୍ଥାନରେ ରହିଛନ୍ତି ।