ଯୋଧପୁର ଠାରେ ଜି ୨୦ର ପ୍ରଥମ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଚାଲୁ ରହିଛି

ପ୍ୟାନେଲିଷ୍ଟ ମାନଙ୍କର ବିବିଧ ଦୃଷ୍ଟିକୋଣ ଏବଂ ବିଶେଷଜ୍ଞତା ବର୍ତମାନର କୌଶଳ ଏବଂ ଯୋଗ୍ୟତା ସମନ୍ୱୟ ପ୍ରୟାସର ଏକ ସମୀକ୍ଷା ପ୍ରଦାନ କରିଥିଲା….

ଭୁବେନେଶ୍ଵର ପିଆଇବି :  ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ, ୨ ରୁ ୪ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଯୋଧପୁର ଠାରେ ପ୍ରଥମ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜିତ ହେଉଛି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲ୍ୟୁଜି) ନିମନ୍ତେ ଆଲୋଚନାର ନେତୃତ୍ୱ ନେଉଛି, ଯାହା ନିକଟରେ ପ୍ରାଥମିକତା ଭିତ୍ତିକ ଶ୍ରମ, ନିଯୁକ୍ତି ଏବଂ ସାମାଜିକ ପ୍ରସଙ୍ଗକୁ ସମ୍ବୋଧିତ କରିବାର ଜନାଦେଶ ରହିଛି ।

ଆଜି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା “ବିଶ୍ୱ ସ୍ତରୀୟ ଦକ୍ଷତା ଏବଂ ଯୋଗ୍ୟତା ସୁସଂଗତିକରଣ ପାଇଁ ରଣନୀତି ଅନୁସନ୍ଧାନ ଏବଂ ସାଧାରଣ ଦକ୍ଷତା ବର୍ଗୀକରଣ ପାଇଁ ଏକ ଢାଂଚା ବିକାଶ କରିବା’ ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା । ପ୍ୟାନେଲ୍‌ର ସଦସ୍ୟମାନେ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ନିମନ୍ତେ ଭାରତୀୟ ଅଧ୍ୟକ୍ଷତା ଦ୍ୱାରା ଚୟନ କରା ଯାଇଥିବା ପ୍ରାଥମିକତା କ୍ଷେତ୍ର, ଅର୍ଥାତ୍ “ବିଶ୍ୱ ସ୍ତରୀୟ କୌଶଳ ବ୍ୟବଧାନକୁ ସମ୍ବୋଧିତ କରିବା’ ଉପରେ ଅନ୍ତର୍ଦୃଷ୍ଟି ଏବଂ ବିଚାର ବିନିମୟ କରିଛନ୍ତି ।

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ ଏହିି ଆଲୋଚନାର ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିଲେ, ଯିଏକି ଏହି କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାରିକ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରିଥିଲେ । ଏହି ପ୍ୟାନେଲରେ ସମ୍ପୃକ୍ତ କ୍ଷେତ୍ରର ବିଶିଷ୍ଟ ନେତୃମଣ୍ଡଳୀ ସାମିଲ ହୋଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଥିଲେ, ଇଣ୍ଡୋନେସିଆ ଗଣରାଜ୍ୟର ମାନବ ଶକ୍ତି ମନ୍ତ୍ରଣାଳୟର ଦକ୍ଷତା, ମାନକୀକରଣ ଏବଂ ତାଲିମ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୁଚତାର ଅଜିସ୍‌, ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି)ର ନିଯୁକ୍ତି, ଶ୍ରମ ଏବଂ ସାମାଜିକ ବ୍ୟାପାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଷ୍ଟେଫାନୋ ସ୍କାରପେଟ୍ଟା, ଜାତୀୟ ଶିକ୍ଷା ପ୍ରଯୁକ୍ତି ମଂଚ (ଏନ୍‌ଇଟିଏଫ୍‌) ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ ଡି ସହସ୍ରବୁଦ୍ଧେ, ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ର ଦକ୍ଷତା ଏବଂ ନିଯୁକ୍ତି ବିଶେଷଜ୍ଞ ଶ୍ରୀମତୀ କ୍ରିଷ୍ଟିନ୍ ହଫମାନ ଏବଂ ଟିମ୍ ଲିଜ୍‌ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୀଷ ସଭରୱାଲ ।

ଜି – ୨୦ ଦେଶ ଗୁଡିକରୁ, ଅତିଥି ଦେଶ ଗୁଡିକରୁ, ଆନ୍ତର୍ଜାତିକ ତଥା ଜାତୀୟ ସଂଗଠନ ମାନଙ୍କ ପ୍ରତିନିଧିମାନେ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଆନ୍ତର୍ଜାତିକ ତଥା ଜାତୀୟ ବିଶେଷଜ୍ଞମାନେ ଏହି ଆଲୋଚନାରେ ଯୋଗ ଦେଇଥିଲେ । ବିଭିନ୍ନ କେନ୍ଦ୍ର ଏବଂ ରାଜ୍ୟ ସରକାରୀ ଏଜେନ୍ସିର ଅଧିକାରୀ ସମୂହ , ଶିଳ୍ପ ସଂସ୍ଥା ଗୁଡିକର ପ୍ରତିନିଧି, ଶିକ୍ଷାବିତ୍ ଏବଂ ଲେବର – ୨୦ ଏନଗେଜମେଂଟ ଗ୍ରୁପର ଅଧ୍ୟକ୍ଷ ମଧ୍ୟ ଏଥିରେ ଭାଗ ନେଇଥିଲେ ।

ପ୍ୟାନେଲ୍ ଆଲୋଚନାରେ କୌଶଳର ଅଭାବ, ବଳକା ଏବଂ ମେଳ ଖାଉ ନ ଥିବା ବିଶ୍ୱର ଧାରା ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ଏହି କୌଶଳ ଅଭାବକୁ ଦୂର କରିବାର ସାଧନ ଗୁଡିକ ଉପରେ ବିଚାର – ବିମର୍ଶ କରାଗଲା, ବିଶ୍ୱ ସ୍ତରୀୟ କୌଶଳ ଏବଂ ଯୋଗ୍ୟତା ମଧ୍ୟରେ ସମନ୍ୱୟ ପାଇଁ ଏକ ସହଯୋଗୀ ରୋଡ୍ ମ୍ୟାପ୍‌ର ବିକାଶ ଉପରେ ବିଚାର କରାଯାଇଥିଲା । ପ୍ୟାନେଲିଷ୍ଟ ମାନଙ୍କର ବିବିଧ ଦୃଷ୍ଟିକୋଣ ଏବଂ ବିଶେଷଜ୍ଞତା ବର୍ତମାନର କୌଶଳ ଏବଂ ଯୋଗ୍ୟତା ସମନ୍ୱୟ ପ୍ରୟାସର ଏକ ସମୀକ୍ଷା ପ୍ରଦାନ କରିଥିଲା ଏବଂ ଅଧିକ ବିସ୍ତୃତ ସ୍ତରରେ କୌଶଳ ବର୍ଗୀକରଣ ଗୁଡ଼ିକୁ କାବୁ କରିବା ଏବଂ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ଏକ ଅନ୍ତରଙ୍ଗ ଆଲୋଚନାକୁ ଆଗେଇ ନେଇଥିଲା ।

କୌଶଳ ଏବଂ ଯୋଗ୍ୟତା କ୍ଷେତ୍ରକୁ ଆଗକୁ ନେବା ଏବଂ ଏକ ଅଧିକ ସୁସଂଗତ ଏବଂ ସମାବେଶୀ ବିଶ୍ୱ ସ୍ତରୀୟ କୌଶଳ ଦୃଶ୍ୟପଟ୍ଟ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋଚନା ଗୁଡିକ ଫଳପ୍ରଦ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା । ଆଲୋଚନାର ଅଧ୍ୟକ୍ଷ କୌଶଳ ଏବଂ ପ୍ରମାଣୀକରଣ ବାବଦରେ ପାରସ୍ପରିକ ସ୍ୱୀକୃତି ଉପରେ ଆନ୍ତର୍ଜାତିକ ସଂଳାପ ଏବଂ ସହଯୋଗର ଆବଶ୍ୟକତା ସମ୍ବନ୍ଧରେ ଦ୍ୱିପାକ୍ଷିକ / ବହୁ ପକ୍ଷୀୟ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ପ୍ୟାନେଲ ଦ୍ୱାରା ଦିଆ ଯାଇଥିବା ସୁପାରିସକୁ ଅଭିବ୍ୟକ୍ତ କରିଛନ୍ତି।