ବରଗଡରେ ନିର୍ମାଣାଧୀନ ୨ଜି ଜୈବ ବିଶୋଧନାଗାରର ଫଟୋ ସୋସିଆଲ ମିଡିଆରେ ସେୟାର କଲେ କେନ୍ଦ୍ରମନ୍ତ୍ରୀ

ଏହି ପ୍ଲାଣ୍ଟ ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାର ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ…

ଭୁବେନେଶ୍ଵର ପିଆଇବି : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଠାରେ ବିପିସିଏଲ ଦ୍ୱାରା ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ବିଶୋଧନାଗାରର ଅଗ୍ରଗତି କାର୍ଯ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଜୈବ ବିଶୋଧନାଗାରର ନିର୍ମାଣ କାମ ଅଗ୍ରଗତି ହେଉଛି । ଏହି ପ୍ଲାଣ୍ଟ ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାର ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ । ବରଗଡ଼ ୨ଜି ଜୈବ ବିଶୋଧନାଗାର ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବ ।

ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ । ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଥିବା କଳ୍ପନାକୁ ସାକାର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।