ସହିଦ ନଗର ଓ ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ,ଫୁଟ୍ ଓଭରବ୍ରିଜ୍

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଭୁବନେଶ୍ବରରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ଫୁଟ୍ ଓଭରବ୍ରିଜ୍ ହେବ । ଏହି ଫୁଟ୍ ଓଭରବ୍ରିଜ୍ ର ଲମ୍ବ ୧ କିଲୋମିଟର ୩ଶହ ମିଟର ହେବ । ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ରହିଛି । ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି ।ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।ଏହାଦ୍ୱାରା ଦୀର୍ଘ ଦିନର ଯାତାୟାତ ସମସ୍ୟାର ସମାଧାନ ହେବା ବୋଲି ଆଶା ରହିଛି । ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ ଖେଳିଯାଇଛି ।