ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କିତ ମାମଲା ,ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

କଟକ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନୂଆ ଅପଡେଟ୍ ଆସିଛି । ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବିଶେଷଜ୍ଞ ଟିମ୍ ସହ ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ପରିଦର୍ଶନ କରି ରିପୋର୍ଟ ପୁନଃ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହିତ ଆସନ୍ତା ମେ ମାସ ୧୬କୁ ପରବର୍ତ୍ତୀ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ତେବେ ସୁବିସ୍ତୃତ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ ନେଇ ୨ ସପ୍ତାହ ସମୟ ମାଗିଛି ଏଏସଆଇ ।