ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ହକି ଇଣ୍ଡିଆ ଟିମ୍

ରାଉରକେଲା,(ଏସ୍ ନ୍ୟୁଜ): ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ଟିମ୍ l ହକି ଇଣ୍ଡିଆର ଯୁଗ୍ମ ସଚିବ ଵି.ନାଗ ଭୂଷଣ, ସିନିୟର ମେନେଜର ବିକ୍ରମ ପାଲ ସିଂ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିର ଦୁଇ ଅଧିକାରୀ ସ୍ୱାଗତ ସିଂ ଓ ଅବଦୁଲ ଶେଖ ଷ୍ଟାଡିୟମରେ ପହଞ୍ଚି ନିର୍ମାଣାଧୀନ କାମର ତଦାରଖ କରିଥିଲେ |କେଉଁ କେଉଁ ସ୍ଥାନରେ କଣ କାମ ଚାଲିଛି ଠିକାସଂସ୍ଥା ଅଧିକାରୀ ଓ ଇଡକୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେl ଆସନ୍ତା ୨୦୨୩ରେ ଓଡ଼ିଶାରେ ବିଶ୍ୱ ହକି ପ୍ରତିଯୋଗିତା ହେବାକୁ ଯାଉଛିl ଏହିପାଇଁ ରାଉରକେଲାରେ ୧୩୦କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ମାଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେl