୨୨ ବର୍ଷ ତଳ ଗଣଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (ଏସ୍ ନ୍ୟୁଜ‌): ୨୨ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ବିବନ ବିଶ୍ୱାଳର ଗିରଫଦାରୀ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।

୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେ ଆମ୍ବିଭ୍ୟାଲିରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ୱାରେଣ୍ଟ ବଳରେ ଆଜି କୋର୍ଟରେ ବିବନକୁ କମିଶନରେଟ ପୋଲିସ ହାଜର କରିବ । ବିବନ ଧରାପଡ଼ଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା । ସିବିଆଇ ଯେଉଁ କାର୍ଯ୍ୟ କରିପାରିନଥିଲା ତାହା କମିଶନରେଟ ପୋଲିସ କରିପାରିଛି ବୋଲି କମିଶନର ପ୍ରକାଶ କରିଛନ୍ତି ।