ଆଇପିଏଲ ପାଇଁ ୬ ଓଡ଼ିଆଙ୍କ ନାମ ସୁପାରିଶ

ଭୁବନେଶ୍ୱର(ଏସ୍ ନ୍ୟୁଜ):ଏଥର ଆଇପିଏଲରେ ଚମକିବେ ଓଡ଼ିଆ। ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ୬ ଖେଳାଳିଙ୍କ ନାମ ସୁପାରିଶ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜେଶ ଧୁପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସପ୍ରମୁଖ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଚଳିତ ସିଜିନରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବେଶ ଉତ୍ସାହ ଜନକ ରହିଛି । ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଆଇପିଏଲର ବିଡିଂ ଆରମ୍ଭ ହେବ । ଓଡ଼ିଆ ଖେଳାଳି ଆଇପିଏଲରେ ସ୍ଥାନ ପାଇବା ନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁବ୍ରତ ବେହେରା ସୂଚନା ପ୍ରଦାନ କରିଛନ୍ତି ।