ତାତିରେ କଲବଲ ରାଜ୍ୟବାସୀ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି । ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆହୁରି କଷ୍ଟଦାୟକ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ /୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଲାଗି ରହିବା ସମ୍ଭାବନା ରହିଛି ।