ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର (ଏସ୍ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ଏସପି ଆଜି ଶ୍ରୀମନ୍ଦିର ଚାରିପଟ ଓ ଭିତରର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଆସି ଦର୍ଶନ କରିବା ସ୍ଥିର ହୋଇଛି । ରାଷ୍ଟ୍ରପତି ରତ୍ନ ସିଂହାସନ ନିକଟକୁ ଯାଇ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି ।

ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ଓ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ସହିତ ଯାଇ ଦର୍ଶନ କରିବାକୁ ଦିଆଯିବ ବୋଲି କୁହାଯାଇଛି । ଆଜିର ସୁରକ୍ଷା ବ୍ୟବସ୍ଥା ତଦାରଖ ସମୟରେ ସମସ୍ତ ଥାନା ଅଧିକାରୀ ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଉପସ୍ଥିତ ରହିଥିଲେ ।