ଜମ୍ମୁ ଓ କଶ୍ମୀରରେ ହୋଇଥିବା ବସ ଦୁର୍ଘଟଣା ପାଇଁ ଦୁଃଖ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜମ୍ମୁ ଓ କଶ୍ମୀରରେ ବସ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଦୁଃଖ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ଜମ୍ମୁ ଓ କଶ୍ମୀର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ @narendramodi ଦୁଃଖ ବ୍ୟକ୍ତ କରିବା ସହ ମୃତକଙ୍କ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।”