ଗ୍ରୀଷ୍ମପ୍ରବାହ ପାଇଁ ସକାଳୁଆ ହେବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ରୁ ଅଧିକ ସହରର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଏଣିକି ସ୍କୁଲ ପିଲାଙ୍କ ପାଇଁ ସକାଳୁଆ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି । ରାଜ୍ୟରେ ବଲାଙ୍ଗୀର ସହରର ତାପମାତ୍ରା ୪୧.୫ ଡିଗ୍ରୀରୁ ଅଦିକ ରହିଥିବା ବେଳେ ଅନ୍ୟ ୬ ସହରରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଗରମ ଅନୁଭୂତ ହେଉଛି । ତେଣୁ ଏଥିପାଇଁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୨ ତାରିଖରୁ ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ କରିବାକୁ ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ୬.୩୦ରୁ ୧୦ଟା ହେବାକୁ ଥିବା ବେଳେ ୭ଟାରୁ ୧୧ ଟା ପର୍ଯ୍ୟନ୍ତ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ହେବ । ରାଜ୍ୟରେ ବଢୁତିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର ।