ରାଜ୍ୟରେ ପାଳନ ହେଲା ୭୨ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ସାରା ଦେଶ ପାଳନ କରୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପୂରା ଦେଶ ଉତ୍ସବମୁଖର। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।

ତେବେ କୋଭିଡ କଟକଣା ଭିତରେ ପରେଡ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ଏଥର ବାରଣ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୂରରେ ରଖାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ପରେଡ୍‌ରେ ୧୪ଟି ଟ୍ରୁପ୍‌ ଭାଗ ନେଇଥିବା ‌ବେଳେ ପରେଡ୍‌ର ନେତୃତ୍ବ ନେଇଛନ୍ତି କେସିଙ୍ଗା ଏସ୍‌ଡିପିଓ ଏସ୍‌ ସୁଶ୍ରୀ।