ସପ୍ତାହେରୁ ଅଧିକ ଦିନ ତଳୁ ଓଡ଼ିଶା ଛୁଇଁ ସାରିଲାଣି ମୌସୁମୀ ବାୟୁ। ଏହା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ସହିତ ଓଡ଼ିଶା ଛୁଇଁଥିଲା । ତେଣୁ ଲୋକେ ଭାବିଥିଲେ ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ। କିନ୍ତୁ ଏଯାଏଁ ରାଜ୍ୟରେ ମୌସୁମୀ ବାୟୁର ସେମିତି କିଛି ପ୍ରଭାବ ଦେଖିବାକୁ ମିଳିନାହିଁ ।
କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏହା ଆଗକୁ ବଢିପାରୁ ନଥିଲା । ଏବେ ମାଲକାନଗିରି ଓ କୋରାପୁଟରେ ମୌସୁମୀ ସକ୍ରିୟ ରହିଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।