ଆଜିଠୁ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସିବେ। ଆଜି ଉପରାଷ୍ଟ୍ରପତି ଦିନ ୧୧ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ରାଜଭବନ ଯାଇ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଗତକାଲି କମିଶନରେଟ୍ ପୁଲିସ୍‌ ପକ୍ଷରୁ ଏକ କାରକେଡ୍ ରିହର୍ସାଲ ଅନୁଷ୍ଠିତ ହୋଇଥିଲା । ବ୍ଲୁ ବୁକ୍ ଗାଇଡଲାଇନ୍ ଅନୁସାରେ, ଉପରାଷ୍ଟ୍ରପତି କିଭଳି ଗନ୍ତବ୍ୟସ୍ଥଳକୁ ଯିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହାପରେ ଅପରାହ୍ନରେ କଟକ ଶାରଳା ଭବନ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।