ବିଶ୍ୱ ପ୍ରସିଦ୍ଧ ଓଳକଣା ମେଳଣ କୋଭିଡ କଟକଣା ସହ ଅନୁଷ୍ଠିତ ହେବ !

କେନ୍ଦ୍ରାପଡା,(ଏସ୍ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ଓଳକଣା ମେଳଣକୁ ସୁଚାରୁ ରୂପେ ପାଳନ କରିବା ପାଇଁ ମେଳଣ ସମନ୍ୱୟ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ଏହି ମେଳଣ ଏକ ବିଶ୍ୱ ପ୍ରସିଦ୍ଧ ହେଵା ସହ ମେଳଣ ପଡ଼ିଆର ଆଖପାଖ ଅଂଚଳର ଶତାଧିକ ଦୋଳ ବିମାନ ଏକତ୍ରିତ୍ୱ ହୋଇ ଶ୍ରୀଜିଉ ମାନେ ମେଳଣ ପାଳନ କରିଥାନ୍ତି। ପ୍ରସିଦ୍ଧ ମେଳଣ ବର୍ଷେ ବନ୍ଦ ରହିଲେ ପରବତୀ ବାରବର୍ଷ ପଯ୍ୟନ୍ତ ହୋଇପାରିବ ନାହିଁ ବୋଲି ପରମ୍ପରା ଅନୁଯାଇ ରହି ଆସିଛି।

ବିଶେଷ ଖବର ଥାଉକି, ମେଳଣ ସମନ୍ୱୟ କମିଟି ତରଫରୁ ଓଳକଣା ମେଳଣ ରାଜ୍ୟ ସରକାରଙ୍କ କୋଭିଡ କଟକଣା ନିୟମକୁ କଡାକଡି ଭାବେ ପାଳନ କରି ସଭାପତି ମହନ୍ତ ନମାନନ୍ଦ ଦାସ,ବେଵାର୍ତା ଅଜୟ ଦାସ,ରତିକାନ୍ତ ସାମଲ,ବିଜୟକୁମାର ମଲ୍ଲିକ,ଦୀନବନ୍ଧୁ ପାତ୍ର, ଖିରୋଦ ଚନ୍ଦ୍ର ବିହାରୀ ପ୍ରମୁଖ ଜିଲାପାଳ ଅମିତ ଋତୁରାଜଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ଏଥିସହିତ ସମସ୍ତ କଟକଣା ପାଳନ ପୂର୍ବକ ଜନଗହଳି ନକରି କେବଳ ପାରମ୍ପରିକ ବିଧିବିଧାନ ରକ୍ଷାକରି ମେଳଣ କରିବାକୁ ପ୍ରତିଶୁତି ଦେଇଛନ୍ତି।