ଓଡିଶା କୋଭିଡ ମୁକାବିଲାକୁ WHOର ପ୍ରଶଂସା

ଭୁବନେଶ୍ବର (ଏସ୍ ନ୍ଯୁଜ) କୋଭିଡ ମୁକାବିଲାକୁ ନେଇ ଓଡ଼ିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଙ୍ଗଠନ ପକ୍ଷରୁୁ କୁହାଯାଇଛି, ମହାମାରୀ ସମୟରେ କୋଭିଡକୁ ଠିକ୍ ଭାବେ ପରିଚାଳନା କରିପାରିଛି ଓଡିଶା । ଠିକ ପରିଚାଳନା ଯୋଗୁଁ ରାଜ୍ୟରେ ମୃତ୍ୟୁହାର କମ ଓ ସୁସ୍ଥହାର ଅଧିକ ରହିଛି । କରୋନା ମୁକାବିଲା ପାଇଁ ଗ୍ରାମ ପଂଚାୟତକୁ ସାମିଲ କରାଯାଇ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇପାରିଛି । ଉଚ୍ଚ ଟେଷ୍ଟିଂ କୌଶଳ ସହ ପ୍ରଭାବଶାଳୀ ଢଙ୍ଗରେ ରୋଗୀଙ୍କ ଯତ୍ନ ନିଆଯାଇପାରିଛି ବୋଲି କହିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ କୋଭିଡ କେୟାର ସେଂଟର ପ୍ରତିଷ୍ଠା କରି ଲୋକଙ୍କୁ ସ୍ୱାସ୍ୱ୍ୟ ସୁବିଧା ଯୋଗାଇଦେଇପାରିଛି । କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଠିକ ଭାବେ ପରିଚାଳନା କରିଛି ଓଡିଶା ।

ଏପରିକି କୋଭିଡ ପରିଚାଳନାରେ ମିଶନ ଶକ୍ତିକୁ ସାମିଲ କରାଯାପାରିଛି ଓଡିଶା । ଏନେଇ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ସାମାଜିକ ଦୂରତା, ସଚେତନତା, ଚିକିତ୍ସା କ୍ଷେତ୍ରରେ ଠିକ ନିଷ୍ପତି ନିଆଯାଇଛି । ଏହାସହ ଓଡିଶାର ଟେଷ୍ଟି ଷ୍ଟ୍ରାଟେଜିକୁ ବି ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।