ଅନ୍ଧାରୁଆ ରାସ୍ତାରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ରାସ୍ତାରୁ ପୁଣି ମିଳିଲା କ୍ଷତବିକ୍ଷତ ମୃତ ଦେହ । ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଜବତ କରିଛି ଚନ୍ଦକା ଥାନା ପୋଲିସ୍ । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ରାସ୍ତା କଡ଼ରେ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ନିକଟସ୍ଥ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ତେବେ ମୃତ ଦେହ ପଡିଥିବା ସ୍ଥାନରୁ କିଛି ଦୂରରେ ପଡିଛି ଯୁବକଙ୍କ କଟା ହାତ । ସେହିପରି ମୃତ ଦେହ ନିକଟରେ ଏକ ଦାମୀ ବାଇକ୍ ମଧ୍ୟ ପଡିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିନାନାହିଁ । ଚନ୍ଦକା ପୋଲିସ ମୃତ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।