ଚଳିତବର୍ଷର ମାଟ୍ରିକ ପରୀକ୍ଷା ବାତିଲ-ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଏସ୍ ନ୍ୟୁଜ): ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଚଳିତ ବର୍ଷ ପାଇଁ ବାତିଲ ହୋଇଛି ମାଟ୍ରିକ ପରୀକ୍ଷା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରେସ୍‌ମିଟ ଜରିଆରେ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ । ତେଣୁ ଚଳିତବର୍ଷ ପାଇଁ ମାଟ୍ରିକ ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ତେବେ ବୋର୍ଡ ନିର୍ଦ୍ଧାରିତ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ରେଜଲ୍ଟ ଦିଆଯିବ। ଯେଉଁ ଛାତ୍ରଛାତ୍ରୀ ଏଥିରେ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ପାଇଁ ଆଉଥରେ ସୁଯୋଗ ମିଳିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମଙ୍ଗଳବାର ଦିନ ଅନେକ ଛାତ୍ରଛାତ୍ରୀ ରାସ୍ତାରେ ବସି ଧାରଣା ଦେଇଥିଲେ । ମାଟ୍ରିକ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ପରୀକ୍ଷା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ୨ ଦିନ ସମୟ ମାଗିଥିଲେ ସରକାର । କିନ୍ତୁ ଏବେ ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ ।