ଛତ୍ରପୁରର ଗୋଟିଏ ଦିନ ରେ ୩ଟି ଦୁର୍ଘଟଣା

ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଗୋଟିଏ ଜାଗାରେ ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ସକାଳେ ତାମ୍ପରା ନିକଟରେ ଗୋଟିଏ ଗ୍ୟାସ୍ କଣ୍ଟେନର ଓଲଟି ପଡିଥିଲା । କଣ୍ଟେନର ଗ୍ୟାସ୍ ଲିକ୍ ହେବାରୁ ପ୍ରଶାସନ ପକ୍ଷରୁ ଗାଡି ଚଳାଚଳ ବନ୍ଦ କରାଯାଇଥିଲା । ଘଟଣାସ୍ଥଳକୁ ଆସୁଥିବା ପୋଲିସ କର୍ମଚାରୀଙ୍କ ଗାଡି ଓଲଟିପଡିଥିଲା । ପୋଲିସ ଗାଡି ଓଲଟିପଡିବାରୁ ୫ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବାରେ ଲାଗିଛି ।ଏବେ ପୁଣି ସେହି ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଏକ ଟ୍ରକ୍ ଓଲଟି ପଡିବା ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । କଣ୍ଟେନର ପଡିଥିବା କିଛି ଦୂରରେ ପାର୍କିଂ କଲା ବେଳେ ଟ୍ରକଟି ଓଲଟି ପଡିଛି ।