ତିନି ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ବୃଦ୍ଧି ପାଇଛି। ସତେ ଯେପରି ଆକାଶରୁ ନିଆଁ ବର୍ଷା ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା: ୪୨.୪ ଡ଼ିଗ୍ରୀ, ସମ୍ବଲପୁର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦିନ ଦୁଇଟା ସୁଦ୍ଧା ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, କେନ୍ଦୁଝର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୨ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, ଗୋପାଳପୁର: ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।