ରାଜ୍ୟରେ ଚଳିତ ବର୍ଷ ଆଦୌ ବିଦ୍ୟୁତ୍‍ କାଟ୍‍ ହେବ ନାହିଁ : ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅନେକ ସ୍ଥାନରେ ବିଜୁଳି କାଟ୍‍ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି କହିଛନ୍ତି, ଚଳିତ ବର୍ଷ ଆଦୌ ବିଦ୍ୟୁତ୍‍ କାଟ ହେବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।