ଆଜି ୨୧ ଜିଲାରୁ ୬୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦିନକରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୦, ସ୍ଥାନୀୟ ୨୮। ମୋଟ ପଜିଟିଭ ୩,୩୬,୮୩୫ରେ ପହଞ୍ଚିଛି। ୩,୩୪,୨୪୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୧ ଜିଲା ଓ ଷ୍ଟେଟ ପୁଲରୁ ଏକ ଅଙ୍କ ବିଷିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ । ଅନୁଗୁଳ ୩, ବାଲେଶ୍ୱର ୬, ବରଗଡ ୧, ବଲାଙ୍ଗୀର ୬, ବୌଦ୍ଧ ୧, କଟକ ୨,ଦେଓଗଡ ୩, ଗଜପତି ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୫, କଳାହାଣ୍ଡି ୧, ମାଲକାନଗିରି ୧,ମୟୁରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୩, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।