ଆଜି ପବିତ୍ର ମହାଶିବରାତ୍ରୀ : ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଆଜି ମହାଦେବଙ୍କ ଜାଗରଯାତ୍ରା। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଆଜି ଚଳଚଞ୍ଚଳ ରହିଛି।

ପୂର୍ବରୁ ଯାହା ନିତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମନ୍ଦିର ଭିତରେ ଶ୍ରଦ୍ଧାଳୁ କୋଭିଡ଼ ନିୟମ ମାନି ଦୀପ ଜାଳିବେ। ଧାଡ଼ିରେ ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ହେବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ଚିହ୍ନ ଦେବାକୁ ଯାଇ ଗାର ଟାଣିଛି ପ୍ରଶାସନ। ଭୋର୍ ୪ଟାରେ ଏଠି ମହାଦୀପ ଉଠିବ।