ଜିଏସଟି ହାର କମିଲା ତଥାପି ଖୁସି ନାହାନ୍ତି ପର୍ଯ୍ୟଟକ ମହଲ

ଜିଏସଟି ହାର କମିଲା ତଥାପି ଖୁସି ନାହାନ୍ତି ପର୍ଯ୍ୟଟକ ମହଲ । ଜିଏସଟି କମିଲା ତଥାପି ହୋଟେଲ ବ୍ୟବସାୟ ମାନ୍ଦା ।

ଜିଏସଟି ହାର କମାଇବାର ଫାଇଦା ଉଠାଇବା ପାଇଁ ଜନତାଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆପଣା ପିଠିରେ ହାତ ଥାପୁଡ଼େଇ ଆପଣା ମୁହଁରେ ସାବାସି ଦେଉଛନ୍ତି ।

କିନ୍ତୁ ଜିଏସଟି କମିବାର ଫରକ ଅନୁଭବ କରି ପାରୁନାହାନ୍ତି ଭାରତୀୟ ପର୍ଯ୍ୟଟକ ମହଲ ।

ହୋଟେଲ ରହଣୀ ଉପରେ ପୂର୍ବରୁ ଦେବାକୁ ପଡୁଥିଲା ୧୮% ଜିଏସଟି । ଏବେ ଜିଏସଟି ହାର ୫% କରି ଦିଆଯାଇଛି । ତଥାପି ହୋଟେଲ ଭଡ଼ା ପୂର୍ବଭଳି ଚଢ଼ା ରହିଛି ବୋଲି ଅଧିକାଂଶ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମୋଟ ଉପରେ କହିଲେ, ଜିଏସଟି କମିବାର ଶୁଭ ଲକ୍ଷଣ ପର୍ଯ୍ୟଟନ କ୍ଷେତ୍ରରେ ଦେଖିବାକୁ ମିଳୁନି । ୨୦୨୫ ସେପ୍ଟେମ୍ବର ୨୨ ତାରିଖରୁ ହୋଟେଲ ରୁମ୍ ଭଡ଼ା ଉପରେ ଜିଏସଟି ହାର ୫% କରାଯାଇଛି ।

ହୋଟେଲ ଭଡ଼ା ଆପାତତଃ କମିଯିବ ବୋଲି ଅଧିକାଂଶ ଯାତ୍ରୀ ଭାବୁଥିଲେ, କିନ୍ତୁ ସେପରି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁନି ବୋଲି ଯାତ୍ରୀମାନଙ୍କ ନିକଟରୁ ଶୁଣିବାକୁ ମିଳୁଛି ।

ହୋଟେଲ ରହଣୀ ବିଲ ପୂର୍ବ ଭଳି ଚଢ଼ା ରହୁଥିବା ଅଧିକାଂଶ ଉପଭୋକ୍ତା କହୁଛନ୍ତି ।

ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟରତ ଜଣେ କମ୍ପାନୀ ଅଧିକାରୀ କହନ୍ତି ଯେ ସେ କମ୍ପାନୀ କାମରେ ଦେଶର ବିଭିନ୍ନ ସହରକୁ ଯାଇ ଭିନ୍ନ ଭିନ୍ନ ହୋଟେଲରେ ରୁହନ୍ତି ।

ସେପ୍ଟେମ୍ବର ୨୨ ପୂର୍ବରୁ ହୋଟେଲ ରୁମ ଭଡ଼ା ଉପରେ ୧୮% ଜିଏସଟି ହାର ମିଶାଇ ତାଙ୍କୁ ପ୍ରାୟ ସାଢ଼େ ୫ ହଜାରରୁ ୬ ହଜାର ଭିତରେ ଦେବାକୁ ପଡୁଥିଲା ।

ଜିଏସଟି ହାର ୫% ହେଲା ପରେ ମଧ୍ୟ ତାଙ୍କୁ ରୁମ ଭଡ଼ା ବାବଦକୁ ଦିନକୁ ସାଢ଼େ ୫ ହଜାର ଗଣିବାକୁ ପଡୁଛି । ସଂପୃକ୍ତ ଅଧିକାରୀ ଯେଉଁ ଖର୍ଚ୍ଚ ଚିଠା ଦେଇଛନ୍ତି ତାହା ଅମୃତସର ସହରସ୍ଥିତ ହୋଟେଲ ରୁମ୍ ଭଡ଼ା ।

୧୮% ଜିଏସଟି ସମୟରେ କିଛି ହୋଟେଲ ଓ ମେକ୍ ମାଇଁ ଟ୍ରିପ୍ , ଗୋଇବିବୋ ଭଳି ଅନ୍ ଲାଇନ୍ ବୁକିଂ ପ୍ଲାଟଫର୍ମ ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବି କରିବାର କ୍ଷମତା ହରାଇଛନ୍ତି, ତେଣୁ ହୋଟେଲ ରହଣୀ ଖର୍ଚ୍ଚ କମିବାର ପ୍ରଶ୍ନ ଉଠୁନି ।

ମୋଦୀଙ୍କ ଜିଏସଟି କୋହଳ ଦାବିଦାର ଏକପ୍ରକାର ଭେଳିକି ବୋଲି ଲୋକମାନେ ବୁଝି ସାରିଲେଣି ।