ଟ୍ରେନ୍‌ ଆଗକୁ ଡେଇଁ ବ୍ୟବସାୟୀଙ୍କ ଆତ୍ମହତ୍ୟା

ରାଉରକେଲା, (ଏସ୍‌ ନ୍ୟୁଜ): ଟ୍ରେନ ଆଗକୁ ଡେଇଁ ଜଣେ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ବନ୍ଧମୁଣ୍ଡା ଶୀତଳନଗରର ଅବଧେଶ ଯଶୱାଲ୍‌ । ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ଅବଧେଶଙ୍କ ଦେହ ଖରାପ ରହୁଥିଲା । ବରମ୍ବାର ଡାକ୍ତରଖାନା ଯାଉଥିଲେ ମଧ୍ୟ ଦେହ ଭଲ ହେଉ ନ ଥିଲା । ସେ ଆଜି ସକାଳେ କେ କ୍ୟାବିନ ନିକଟରେ ପହଞ୍ଚିଥିଲେ । ସେଠାରେ ଚା’, ଜଳଖିଆ ଖାଇ ଟ୍ରେନ ଲାଇନ ଆଡକୁ ଯାଇ ମାଲଗାଡ଼ି ଆଗକୁ ଡେଇଁ ପଡ଼ିଥିଲେ ।