ଗଛରେ ଚଢି ଯୁବକ ସଂଜ୍ଞାହୀନ : ଉଦ୍ଧାର କଲା ଦମକଳ ବାହିନୀ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅଧିନ ନେତୁଆ ପଂଚାୟତର ବାଉଁଶବଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଗାଁ ଉଦୟ ନାରାୟଣ ଚନ୍ଦଙ୍କ ବାଡିରେ ଏକ ସିରିଶା ଗଛ ଘର ଉପରକୁ ଓହଳି ଥିଲା । ଦୈନିକ ମଜୁରୀରେ ସେହି ଗାଁର ବଂଶୀଧର ହୁଇଙ୍କ ପୁଅ ଦେବେନ୍ଦ୍ର ହୁଇ(୪୪) ଗଛର ଡାଳ ଗୁଡିକୁ କାଟିବା ପାଇଁ ଉପରକୁ ଉଠିଥିଲେ । ପ୍ରାୟ ୪୦ଫୁଟ ଉଚ୍ଚତାରେ ଥିବା ବେଳେ ଦେବେନ୍ଦ୍ରର ମୁଣ୍ଡ ବୁଲାଇ ଦେଇଥିଲା । ଫଳରେ ସେ ଗଛର ଡାଳକୁ ଜାବୁଡି ଧରି ସଂଜ୍ଞାହୀନ ହୋଇ ଯାଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଗାଁ ଲୋକେ ରୁଣ୍ଡ ହୋଇ ଦମକଳ ବିଭାଗକୁ ଖବର ଦେଇଥିଲେ । କମାରଶାଳିଆ ଗାଁ ଠାରୁ ବାଉଁବଣି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସୂଚନୀୟ ଥିବାରୁ ଦମକଳ ବାହାନୀ ଗାଡି ଘଟଣାସ୍ଥଳକୁ ଯାଇପାରିନଥିଲା । ଦମକଳ ବାହିନୀ ପ୍ରାୟ ୨ କି.ମି. ଦୂର ଚାଲିଚାଲି ଯିବାପରେ ତାଙ୍କର ଲମ୍ବା ସିଡି ଓ ଦଉଡି ସାହାଯ୍ୟରେ ତାଙ୍କୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିବାରୁ ତାର ଜୀବନ ଅଳ୍ପକେ ବର୍ତ୍ତୀ ଯାଇଛି । କଥାରେ ଅଛି ରାଖେ ହରି ମାରେ କିଏ ?