ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଟ୍ରକ ଜବତ : ୨ ଗିରଫ

ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତରପ୍ରଦେଶକୁ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ…

ବାଲିଗୁଡା : ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ଏକ ଟ୍ରକରୁ ୨୦୩ କିଲୋ ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ୨ଜଣକ ଜଣକ ଉତ୍ତରପ୍ରଦେଶ କୌଶମ୍ଭି ଜିଲ୍ଲା ଠୁଗଲା ଅଞ୍ଚଳର ସାରୁଖ ଖାନ ଓ ଫତେପୁର ଜିଲ୍ଲା ଭୀମପୁର ଅଞ୍ଚଳର ଅଜୟ କୁମାର ।

ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତରପ୍ରଦେଶକୁ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ହିଲଭିୟୁ ପାର୍କ ନିକଟ ଆମ୍ବ ଖାଲିଆ ବୁଲାଣିରେ ଛପି ରହିଥିଲା । ବାଲିଗୁଡା ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସିଥିଲା ବେଳେ ପୋଲିସ ଯାଞ୍ଚ ସମୟରେ ଟ୍ରକରେ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିବା ଦେଖି ଗଞ୍ଜେଇ ସହିତ ଟ୍ରକ ଟିକୁ ଜବତ କରିଛି ।

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଜି ଗିରଫ ଅଭିଯୁକ୍ତକୁ ଫୁଲବାଣୀ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରି ସୁଚନା ଦେଇଛନ୍ତି । ଏନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୧୦୦/୨୨ରେ ଏକ ମାମଲା ରୁଜୁ କରାଯାଇଛି ।