ଆଜିଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା

ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ବନ୍ଦ ଥିବା ଶ୍ରେଣୀଗୃହ ଶିକ୍ଷାଦାନ….

ଭୁବନେଶ୍ବର: ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ବନ୍ଦ ଥିବା ଶ୍ରେଣୀଗୃହ ଶିକ୍ଷାଦାନ ଆଜିଠାରୁ ସ୍ବାଭାବିକ ହେବ। ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୁଧବାରଠାରୁ ପୁନର୍ବାର ପାଠପଢା ଆରମ୍ଭ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ବି ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲେ ମଧ୍ୟ ଆଜି ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବ। ରାଜ୍ୟରେ ବିଦ୍ୟାଳୟ ଗତକାଲିଠାରୁ ସକାଳୁଆ କରାଯାଇ ଖୋଲିଛି। ପୂର୍ବ ବିଜ୍ଞପ୍ତି ମୁତାବକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଦୁଇ ବିଭାଗ ପକ୍ଷରୁ ଏଯାବତ୍‌ ଏନେଇ କିଛି ବିଜ୍ଞପ୍ତି ପ୍ରକାଶ ପାଇନି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି। ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିଛି।

ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତ‌ଳକୁ ଆସିଛି। ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ/ବେସରକାରୀ ଡିଗ୍ରୀ କଲେଜ, ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପୂର୍ବଭଳି ପୁଣିଥରେ ଆରମ୍ଭ କରିବାକୁ ଦୁଇ ବିଭାଗ ଯୋଜନା କରିଛନ୍ତି।