ପ୍ରଦେଶ କଂଗ୍ରେସ ପକ୍ଷରୁ ଉତ୍କଳଗୌରବଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ତା ୪.୨ – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତିରେ ନେତୃବୃନ୍ଦ ମାଲ୍ୟାର୍ପଣ କରଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ପ୍ରକାଶ ଦେବତା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ରଶ୍ମି ମହାପାତ୍ର, ବିଶ୍ୱଜିତ୍ ଦାଶ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସତ୍ୟବ୍ରତ ନାୟକ, ଜ୍ୟୋତିଷ ସାହୁ, ମୋହନ ଜେନା, କନକଲତା ମଲ୍ଲିକ, ଦେଓ ପ୍ରସାଦ, ନାସିର ଅହମ୍ମଦ, ସଂଜୟ ମିଶ୍ର, ଏମଡି ଶାହାଦୁଲା, ମନୋଜ ନାୟକ, ସଂଜୀବ ମହାନ୍ତି, ମନୋରଞ୍ଜନ ରାଉତରାୟ, କୁଳମଣି ସାହୁ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଶ୍ରେୟାସ୍ମିତା ପଣ୍ଡା, ମହମ୍ମଦ ଅଲ୍ଲୀ, ଖଗେଶ୍ୱର ମଲ୍ଲିକ, ସାଗର ପରିଡ଼ା, ଅକ୍ଷୟ ଦାସ, ଶ୍ରୀଧର ବଳିଆରସିଂ, ଶତୃଘ୍ନ ବେହେରା, ସୁଧିର ଦାସ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ ।