ସପ୍ତାହକୁ ୩ ଦିନ ଟିକାଦାନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ ।

ଗୁରୁବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୧ ହଜାର ୯୫୩ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇ ସାରିଲାଣି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚମ ଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୪୮୦ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ଗଂଜାମରେ।୧୩୩୫ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ପ୍ରସ୍ତୁତି ହୋଇଥିବା ବେଳେ କର୍ମୀଙ୍କ ଉତ୍ସାହକୁ ଦେଖି ୩ ହଜାର ୭ ଶହ ୪୭ ଜଣ ଟିକା ନେଇଛନ୍ତି।
ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି ।