ରାଜ୍ୟରେ ଟିକାକରଣ:ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ବିଶ୍ୱର ସବୁଠାରୁ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ପ୍ରଥମ ଟିକା ନେଇଥିବା ବ୍ରହ୍ମପୁର ଡାକ୍ତରଙ୍କ ନବୀନ ଆଲୋଚନା କରିଛନ୍ତି । ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନିଜ ବୟାନରେ କହିଛନ୍ତି ଯେ, ‘ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ସେମାନଙ୍କ ତ୍ୟାଗକୁ ଭୁଲି ହେବନାହିଁ ।ତେବେ ଓଡ଼ିଶାରେ ମୋଟ୍ ୧୬୧ଟି କେନ୍ଦ୍ରରେ ଟିକାକରଣର ଶୁଭାରମ୍ଭ ହୋଇଛି । ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।