୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଆଜିଠୁ ଦିଆଯିବ ଟିକା

ଭୁବନେଶ୍ୱର(ଏସ୍ ନ୍ୟୁଜ): ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଆଜିଠାରୁ ଟିକାକରଣ କରାଯିବ । ଆଜିଠୁ ୨ ଦିନ ଛୁଟି ଥିଲେ ମଧ୍ୟ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଚାଲିବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାକୁ ପ୍ରାଥମିକତା ଦିଆଯିବ।

ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର, ମୟୂରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାଗୁଡିକୁ ପ୍ରାଧାନ୍ୟ ଦିଆଯିବ । ମାଛ, ମାଂସ ବିକ୍ରେତା, ସେଲୁନ, ଷ୍ଟ୍ରିଟ୍ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ ।ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଇବା ସହ ଟିକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।