କ’ଣ କହିବେ ବାବୁ କୁରୂପ ପଟ୍ଟନାୟକ?

ଜଣେ ମହିଳା ପୁଲିସଙ୍କୁ ଅସଦାଚରଣ କଲେ ବୋଲି …

ଭୁବନେଶ୍ୱର: ଜଣେ ମହିଳା ପୁଲିସଙ୍କୁ ଅସଦାଚରଣ କଲେ ବୋଲି ବିଜେଡି ନେତା କୁରୂପ ପଟ୍ଟନାୟକ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଖୋଲାଖୋଲି ଚାଲେଞ୍ଜ କଲେ । ବାବୁ କୁରୂପ ପଟ୍ଟନାୟକ ଆଉ ପୁଲିସବାବୁଙ୍କ ଆଖିରେ ଆଖି ମିଶାଇ ଅନାଇ ପାରୁନାହାନ୍ତି ବୋଲି କହି ନିଜକୁ ବହୁତ ଧିକ୍‌କାରିଛନ୍ତି । ଏବେ ଜଣେ କନଷ୍ଟେବଳ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ‘ସୁଯୋଗ ମିଳିଲେ, ଜୀବନରୁ ମାରିଦେବ’ ଧମକ ଦେଇଛନ୍ତି । ସଂପୃକ୍ତ କନଷ୍ଟେବଲଙ୍କର ଏ ପ୍ରକାର ଧମକ ଶୁଣିବା ପରେ ବାବୁ କୁରୂପ ପୁଲିସ କର୍ମଚାରୀଙ୍କ ଆଖିରେ ଆଖି ମିଳାଇ ଅନାଇ ପାରିବେ ତ? ଏ ପ୍ରଶ୍ନ ପଚାରିଛନ୍ତି ସୂଚନା ଭବନ ଆଗରେ ଥିବା ଓମ୍‌ଫେଡ୍‌ ଦୋକାନ ନିକଟରେ ଆସର ଜମାଉଥିବା କିଛି ସରକାରୀ କର୍ମଚାରୀ ।

ନବଦାସଙ୍କୁ ହତ୍ୟା କରିବା ପରେ ପୁଲିସ ପ୍ରଶାସନର ସାହସ ବଢ଼ିଯାଇଛି । ଏବେ ପୁଲିସ ବିଭାଗର ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପର ଅଫିସରମାନେ ଯାହାକୁ ଯୋଉଠି ପାରିବେ ଗୁଳି କରି ଆରାମରେ ଖସିଯିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ମାନେ ସେମାନଙ୍କର କେହି କିଛି ବଙ୍କା କରିପାରିବେନି ।

ଏମିତି ଏକ ବାରତା ଲୋକଙ୍କ ନିକଟକୁ ଚାଲିଯିବା ପରେ ସାଧାରଣ ଜନତାଙ୍କ ମନରେ ବିଦ୍ରୋହର ଦାନା ବାନ୍ଧିଲାଣି । ତା’ର ସୁଯୋଗ ନେଇ ବିଜେପି ଓ କଂଗ୍ରେସ କିଛି ଗୋଟିଏ ବଡ଼ ଧରଣର ପଦକ୍ଷେପ ନେବା ପୂର୍ବରୁ କ୍ଷମତାସୀନ ବିଜେଡି ଏବେଠାରୁ ସଚେତନ ହୋଇଯାଉ ବୋଲି ଚା’ ଖଟିରେ ଆଲୋଚନା ଚାଲିଥିଲା ।