ରାଜ୍ୟରେ ଶୀତର ଲହରୀ:୯ଟି ସ୍ଥାନର ତାପମାତ୍ରା ୧୧ ଡିଗ୍ରି ତଳେ

ଭୁବନେଶ୍ବର(ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୧ ଡିଗ୍ରି ତଳେ ଥିବା ଜଣାଯାଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀକୁ ଖସିଛି । ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ ଡିଗ୍ରୀ ତଳେ ରହିଛି । ୫.୮ ଡିଗ୍ରି ସହ ଫୁଲବାଣୀ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାଛଡ଼ା ଝାରସୁଗୁଡ଼ା ସହରର ତାପମାତ୍ରା ୭.୬ ଡିଗ୍ରି , ଦାରିଙ୍ଗିବାଡ଼ିର ୮.୦ ଡିଗ୍ରି, ସୁନ୍ଦରଗଡ଼ର ୮.୫ ଡିଗ୍ରି କେନ୍ଦୁଝରର ୯.୯ ଡିଗ୍ରି, ବଲାଙ୍ଗୀରର ୧୦ ଡିଗ୍ରି, ସୋନପୁରର ୧୦.୨ ଡିଗ୍ରି , ଭବାନୀପାଟଣାର ୧୦.୫ ଡିଗ୍ରି , ଓ ସମ୍ବଲପୁରର ୧୦.୮ ଡିଗ୍ରି ରେକର୍ଡ ହୋଇଛି।
ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରି ଏବଂ କଟକ ଠାରେ ତାପମାତ୍ରା ୧୫ ଡିଗ୍ରି ଥିବା ଜଣାଯାଇଛି।