ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ୟେଦୁରପ୍ପା! ୨୫ରେ ହାଇକମାଣ୍ଡଙ୍କ ନିଷ୍ପତ୍ତି

ବେଙ୍ଗାଲୁରୁ : ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଗାଦି ମଧ୍ୟ ଟଳମଳ । ଏହି ସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି, ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଜୁଲାଇ ୨୫ରେ ନିଷ୍ପତ୍ତି ନିଆଯିବ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ । ବିଏସ ୟେଦୁରପ୍ପା କହିଛନ୍ତି, ରାଜ୍ୟରେ ଜୁଲାଇ ୨୬ରେ ଆମ ସରକାରକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ଏହାର ପାଳନ କରିବି ବୋଲି ୟେଦୁରପ୍ପା କହିଛନ୍ତି । ବିଜେପିକୁ ପୁନର୍ବାର କ୍ଷମତାକୁ ଆଣିବା ମୋର କର୍ତ୍ତବ୍ୟ । ଅନେକ ମାସ ହେବ କର୍ଣ୍ଣାଟକରେ ଶାସକ ଦଳର ଏକ ବିଧାୟକ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଜାରି ରହିଛି । ଗୋଟିଏ ଗୋଷ୍ଠୀ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଦାବି କରୁଛନ୍ତି ।