ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟ

ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ଡଃ ସସ୍ମ ିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ବେି ଜଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ମଙ୍ଗରାଜ, ଡଃ ପାତ୍ର, ଶ୍ରୀମତି ଦେଓ ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଡଃ ପାତ୍ର, ଶ୍ରୀମତୀ ଦେଓ ଓ ଶ୍ରୀ ବଳବନ୍ତରାୟ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଯୁବ ନେତା କ୍ୟାପଟେନ ମନ୍ମଥ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇଛି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଶଙ୍ଖଭବନରେ ବିଜେଡିରେ ଯୋଗଦାନ ପରେ ମନ୍ମଥ ରାଉତରାୟ, ନବୀନ ନିବାସ ଯାଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ।

ଏହି ମିଶ୍ରଣ ପର୍ବରେ ବୋଲଗଡ ବେଗୁନିଆ ନିର୍ବାଚନମଣ୍ଡଳୀର ସହପ୍ରଭାରୀ ସୁନିଲ କୁମାର ରାଉତରାୟ, ଉପସଭାପତି ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର, ଛାତ୍ର କଂଗ୍ରେସ ସେକ୍ରେଟାରୀ ସୌମ୍ୟ ଶ୍ରୀଚନ୍ଦନ, ଜିଲ୍ଲାପରିଷଦ ପ୍ରାର୍ଥୀ ଜ୍ୟୋର୍ତିମୟୀ ଛୋଟରାୟ, ସୁସ୍ମିତା ଗୁମାନସିଂହ, ପଦ୍ମଲୋଚନ ସୁବୁଦ୍ଧି, ପୂର୍ବତନ ସରପଞ୍ଚ ଶକୀରା ଆବ୍ରାର, ଉମାକାନ୍ତ ଘଡାଇ, ପ୍ରଫୁଲ୍ଲ ପରିଡା, କମଳାକାନ୍ତ ପଟ୍ଟନାୟକ, ଅମିୟ ରଂଜନ ସ୍ୱାଇଁ, ସାଧାରଣ ସଂପାଦକ ଗୋବର୍ଦ୍ଦନ ହାତୀ, ପ୍ରଶାନ୍ତ ବଳୟି।ରସିଂହ, ସୁଧାକାର ପାଇକରାୟ, ସୌମ୍ୟରଂଜନ ମହାରାଥୀ, ମ.ନଜିତ୍‌, କେବଳା ସାମନ୍ତରାୟ, ଖୋର୍ଦ୍ଧା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଭଂଜ, ସାମାଜିକ କର୍ମୀ ଲକ୍ଷ୍ମୀଧର ସାହୁ, ସୁବ୍ରତ ରାଣା, କେଦାର ସେଠୀ, ବଳରାମ ପାଇକରାୟ, ଭୀମସେନ ଦାସ, କାଳିଆ ସେଠୀ, ନାରାୟଣ ସାହୁ, ଗୋଲଖ ନାୟକ, ଅକ୍ଷୟ ଜେନା, ଜ୍ୟୋତିରଂଜନ ମାନସିଂହ, ସୁବ୍ରତ ରଣା। ଭୁବନେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, ସଭାପତି ବିଷ୍ଣୁ ପ୍ରସାଦ ବାହିନୀପତି, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାଥ ଜଗଦେବ, ସନ୍ତୋଷ ଜେନା, ଚନ୍ଦ୍ରଶେଖର ଗୁମାନସିଂହ, ନଗେନ କୁମାର ସିଂ, ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ବେହେରା, ଅଭିମନ୍ୟୁ ମହାନ୍ତି, ଦିନବନ୍ଧୁ ସାହୁ, ଆଦିତ୍ୟ ସାମନ୍ତରାୟ, ସ୍ୱାଧୀନ ପ୍ରଧାନ, ସାମାଜିକ କର୍ମୀ ପ୍ରୀତି ସିଂ, ଜଗନ୍ନାଥ ଜେନାମଣି, ଜିତେନ୍ଦ୍ର ସାହୁ, ବିଜୟ କୁମାର
ବେହେରା, ସୂର୍ଯ୍ୟକାନ୍ତ ଗୁମାନସିଂହ, ଜିଲ୍ଲାପରିଷଦ ପ୍ରାର୍ଥୀ ଅଜୟ ପରିଡା, ବିଧାୟକ ପ୍ରତିନିଧି ରାଜା ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଜେପି କାଉନସିଲର ପଦ୍ମଚରଣ ପ୍ରଧାନ, କାଉନସିଲର ଲୁସେନ ରାୟ, ସୋସିଆଲ ୱାର୍କର ବୃନ୍ଦାବନ ସାହୁ, ସୀତା ରାଉତ, ଗତେଶ୍ୱର ବେହେରା, ରୋଟାରୀ କ୍ଲବ ସେକ୍ରେଟାରୀ କଳିଙ୍ଗ କୁମାର ସାହୁ, ଅଜୟ କୁମାର ବାରିକ, କୁଳମଣୀ ସାହୁ, ଏସ୍‌କେ.ଜୁମା, ଏସ୍‌କେ ଟିପୁ ସୁଲତାନ, ଇସୁଫ ଖାନ, ଏସ୍‌କେ ଅରୀଫ, ନାରାୟଣ ବେହେରା, ସିଦ୍ଧାର୍ଥ ଶଙ୍କର ସାହୁ, ପ୍ରହଲ୍ଲାଦ ସାହୁ, ଶ୍ରୀଧର ସାହୁ, ନରହରୀ ଦାସ, ସୁଶୀଲ କୁମାର ସ୍ୱାଇଁ, ପ୍ରଦୀପ୍ତ ସ୍ୱାଇଁ, ପ୍ରଦୀପ କୁମାର ମହାକୁଡ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଜେନେରାଲ ସେକ୍ରେଟାରୀ ବୈକୁଣ୍ଠ ନାୟକ, ନିର୍ମଳ କୁମାର ଦାସ, ଶ୍ରୀନିବାସ ସାହୁ, କାଉନସିଲର ପ୍ରାର୍ଥୀ ଅଭିଜିତ ମହାନ୍ତି, ସତ୍ୟନାରାୟଣ ପ୍ରଧାନ, ଶବର ଦାସ, ଗୀତାଞ୍ଜଳୀ ସେଠୀ, ପିସିସି ସେକ୍ରେଟାରୀ ଜିତେନ୍ଦ୍ର ରଥ, ବିଜେପି ମହିଳା ମୋର୍ଚ୍ଚା ସଦସ୍ୟା ସ୍ମିତାରାଣୀ ମହାପାତ୍ର, ପୂର୍ବତନ କାଉନସିଲର ପ୍ରାର୍ଥୀ ଜି.ସାବିତ୍ରୀ ରେଡ୍ଡୀ, ବି.ଭୁଜଙ୍ଗ ରାଓ, ଜଗନ୍ନାଥ ପ୍ରସାଦ ସାମନ୍ତରାୟ, ଜି. ଶ୍ରୀନିବାସ ରାଓ, ସୁଧାକର ଜେନା, ପିଏନ୍ କଲେଜର ପୂର୍ବତନ ସଭାପତି ଖିତିଶ ପାହାଡସିଂହ, ଜଟଣୀ ପାଇକ ସଂଘ ସେକ୍ରେଟାରୀ କାଳନ୍ଦୀ ଚରଣ ନାୟକ, ଉତ୍କଳ ହରିଜନ ମହାସଂଘ ସଭାପତି ସୁରେଶ ଚନ୍ଦ୍ର ନାୟକ, ଉତ୍କଳ ହରିଜନ ମହାସଂଘ ପରାମର୍ଶଦାତା ହରି ନାଏକ, କୁଦିଆରି ସମବାୟ ସମିତି ସଭାପତି ବବିତା ଛୋଟରାୟଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।