ବିଜେପି ଉତ୍ସବରେ ସାମିଲ ହେଲେନି ଫଡନାଭିସ

ଏନେଇ ସେ ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦକ୍ଷିଣ ମୁମ୍ବାଇସ୍ଥିତ ବିଜେପି କାର୍ୟ୍ୟାଳୟରେ ଆୟୋଜିତ ହୋଇଥିବା ଉତ୍ସବରେ ଉପସ୍ଥିତ ନଥିଲେ । ଉଦ୍ଧବ ସରକାର ଭାଙ୍ଗିବା ପରେ ପୁଣିଥରେ ଶାସନକୁ ଫେରିବା ଖୁସିରେ ବିଜେପି ଏକ ଉତ୍ସବ ଆୟୋଜନ କରିଥିଲା । ଜୁଲାଇ ୩ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭାର ଦ୍ୱି-ଦିବସୀୟ ଅଧିବେସନ ପୂର୍ବରୁ ଫଡନାଭିସ ତାଙ୍କ ବାସଭବନରେ ବୈଠକ କରିବାରେ ବ୍ୟସ୍ତ ଥିବା ନେଇ ବିଜେପିର ଜଣେ ପଦାଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହାଇଦ୍ରାବଦରେ ହେବାକୁ ଥିବା ପାର୍ଟି କାର୍ୟ୍ୟକାରିଣୀ ବୈଠକରେ ମଧ୍ୟ ସାମିଲ ହେବେ ନାହିଁ । ଏନେଇ ସେ ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି ।