ବିଜେପିର ଜୟ ଶ୍ରୀରାମ, ବିଜେଡିର ଜୟ ଜଗନ୍ନାଥ

ଭୁବନେଶ୍ୱର: ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଶ୍ରୀରାମଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ।     କ୍ଷମତାସୀନ ରାଜନୈତିକ ଦଳ ସାଧାରଣ ଜନତାଙ୍କ ଅଭାବ ଅସୁବିଧାକୁ ଦୂର କରିବା ବଦଳରେ ପ୍ରତିମା ପ୍ରତିଷ୍ଠା, ମଠମନ୍ଦିର, ଦେଉଳ, ଭାଗବତ ଟୁଙ୍ଗୀ ପଛରେ ବାଇ ।ବିଜେପିର ଜୟ ଶ୍ରୀରାମ, ବିଜେଡିର ଜୟ ଜଗନ୍ନାଥ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦାଙ୍କ ଅନୁସରଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନକୁ ଟଳାଇବା ମହାମୁସ୍କିଲ ।

ଚତୁର ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ଥିବା ସମୟରେ ଯୋଉ ଗଦ ପାଇଛନ୍ତି । ତାହାକୁ ମଉକା ଦେଖି ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଶୁଙ୍ଘାଇ ଦେଉଛନ୍ତି । ବିଜେପି ବିକଶିତ ଭାରତ ଆଳରେ ଭୋଟ ମାଗିବ । ବିଜେଡି ନବୀନ ଓଡ଼ିଶା ଆଳରେ ଭୋଟ ମାଗିବ ।
ଏକ ଘରୋଇ ସର୍ବେକ୍ଷଣରୁ ଜଣାପଡ଼ିଛି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଯେତିକି ଆସନ ମିଳିଥିଲା ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ତା’ଠାରୁ ଯଥେଷ୍ଟ କମ୍‌ ସଂଖ୍ୟକ ଆସନ ପାଇବ । ସେହିଭଳି ଓଡ଼ିଶା ବିଧାନସଭାରେ ବିଜେପିକୁ ୨୦୧୯ ତୁଳନାରେ କମ୍‌ ଆସନ ମିଳିବ ।
ବିଧାନସଭା ନିର୍ବାଚନରେ ବିଜେଡିକୁ ସଂଖ୍ୟା ଗରିଷ୍ଠତା ଆସନ ମିଳିବ, ମାତ୍ର ନବୀନ ପଟ୍ଟନାୟକ ବେଶିଦିନ ମୁଖ୍ୟମନ୍ତ୍ରୀ ପଦବୀରେ ରହି ପାରିବେନି । ରାଜ୍ୟରେ କଂଗ୍ରେସ ଓ ବିଜେପି ମିଶି ନିର୍ବାଚନ ଲଢ଼ିଲେ ହୁଏତ ବିଜେଡିକୁ ଶକ୍ତ ଝଟ୍‌କା ଲାଗିପାରେ । କିନ୍ତୁ ତାହା ସମ୍ଭବ ନୁହେଁ ।