ଅଙ୍ଗୁରୁର ଲାଭଦାୟକ ଗୁଣ ଜାଣନ୍ତୁ…

ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ। ଆସନ୍ତୁ ଜାଣିବା ଅଙ୍ଗୁର ଖାଇଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ।

ହୃଦୟ ରୋଗକୁ ରୋକିଥାଏ- ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ। ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ।