କଂଗ୍ରେସ ଛାଡ଼ି ବିଜେପିରେ ମିିଶିଲେ କଙ୍ଗନାଙ୍କ ମା’

ମନାଲି: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମା’ ଆଶା ରାଣାୱତ୍ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣାରେ ସେ କ୍ଷୁବ୍ଧ ହୋଇଛନ୍ତି। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ସରକାରରେ କଂଗ୍ରେସ ରହିଥିବାରୁ ସେ ଦଳ ଛାଡ଼ିଛନ୍ତି।

Kangana Ranaut Mother Asha Ranaut Said Now They Are Completely BJP Supporter

ଏନେଇ ଆଶା ରାଣାୱତ୍ କହିଛନ୍ତି କି, ସେ ପୂର୍ବରୁ କଂଗ୍ରେସ ଚିନ୍ତାଧାରା ସହ ଅନୁପ୍ରାଣିତ ଥିଲେ। ତେବେ ମହାରାଷ୍ଟ୍ରରେ ସରକାରରେ ସାମିଲ୍ ଥିବା କଂଗ୍ରେସ ତାଙ୍କ ଝିଅ ପ୍ରତି ହୋଇଥିବା ଅନ୍ୟାୟ ବାବଦରେ ମୁହଁ ଖୋଲିଲାନି। ଏହା ତାଙ୍କୁ ବ୍ୟଥିତ କରିଥିବା ସେ ଜଣାଇଛନ୍ତି। ଅନ୍ୟପଟେ କଙ୍ଗନାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦେଇଥିବାରୁ ସେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଧନ୍ୟବାଦ ଦେବାସହ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ। ପରେ ହିମାଚଳ ପ୍ରଦେଶ ବିଜେପିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇରେ ବିଏମସି ପକ୍ଷରୁ କଙ୍ଗନାଙ୍କ କାର୍ଯ୍ୟାଳୟ ‘ମଣିକର୍ଣ୍ଣିକା’କୁ ବୁଧବାର ବେଆଇନ ଦର୍ଶାଇ ଭଙ୍ଗାଯାଇଥିଲା। ଶିବସେନା ପ୍ରତିଶୋଧ ପରାୟଣ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଚର୍ଚ୍ଚା ହୋଇଥିଲା। ମହାରାଷ୍ଟ୍ର ବିଜେପି ଏବଂ ହିମାଚଳ ପ୍ରଦେଶ ସରକାର ଏହାକୁ ନିନ୍ଦା କରିବା ସହ କଙ୍ଗନାଙ୍କ ସପକ୍ଷରେ ବାହାରିଥିଲେ। ଏନସିପି ମୁଖ୍ୟ ଶରଦ ପୱାର ମଧ୍ୟ ଏହି କୋଠା ଭଙ୍ଗାକୁ ଅନୁଚିତ୍ ଦର୍ଶାଇଥିଲେ।