ସେପ୍ଟେମ୍ବର୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୧୪ରୁ ୨୪ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ଏବଂ ଓପନ ସ୍କୁଲ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ହୋଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ସାନିଟାଇଜ୍ କରାଯିବ । ଏହାସହ ଭିଡ଼ ଯେପରି ନ ହେବ ସେନେଇ ବ୍ୟବସ୍ଥା କରାଯିବ । ସମ୍ପୂର୍ଣ ଭାବେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯାଇ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି

ସୂଚନା ମୁତାବକ, ଚଳିତ ବର୍ଷ ୨୨, ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେହିପରି ଓପନ ସ୍କୁଲର ୧୨,୯୩୯ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।