ନବୀନ ପଟ୍ଟନାୟକ ଅହଂକାର ଛାଡ଼ନ୍ତୁ!

ଅହଙ୍କାର ଛାଡି ଭଲ ଚିନ୍ତା କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ..

ଡ୍ରାଇଭର ଭାଇ ମାନଙ୍କ ସମସ୍ୟାକୁ ସମାଧାନ ନ କରି ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଅଛି ବିଜେଡି – ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ଭାଇ ମାନଙ୍କ ସମସ୍ୟାକୁ ସମାଧାନ ନ କରି ବିଜେଡି ସରକାର ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଅଛି ବୋଲି ସସ୍ମିତ ପାତ୍ରଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍।

ଶ୍ରୀ ମହାଲିଙ୍ଗ୍ ଉଲ୍ଲେଖ କରିଛନ୍ତି ଯେ ଶାସକ ଦଳର ନେତାମାନେ ବିଜେପି ଉଠାଇଥିବା ପ୍ରସଙ୍ଗର ଉତ୍ତର ନ ଦେଇ କେବଳ କହିବା ପାଇଁ କିଛି କଥା କୁହାଳିଆ ହିସାବରେ କହୁଛନ୍ତି । ଡ୍ରାଇଭର ଭାଇମାନେ ଆମ ଭିତରୁ ଜଣେ, ସେ କାହାର ଭାଇ, କାହାର ଦାଦା, କାହାର ବାପା ଓ କାହାର ପୁଅ ମଧ୍ୟ । ସସ୍ମିତ ପାତ୍ରଙ୍କ ଟ୍ୱିଟରୁ ଜଣାପଡୁଛି, ଆପଣଙ୍କ ସରକାର ସମାଧାନ ନ କରି ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଥିବା ମନେହେଉଛି, ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ ଭଲ ଲକ୍ଷଣ ନୁହେଁ । ଆପଣଙ୍କର ଏହି ବିବୃତ୍ତିକୁ ମୁଁ ନିନ୍ଦା କରୁଛି ।

ରାଜ୍ୟରେ ଦୁଇ ଦିନ ଡ୍ରାଇଭର ବନ୍ଧୁ ମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆପଣଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି ଯେ, ଡ୍ରାଇଭର ବନ୍ଧୁଙ୍କ ହିତ ପାଇଁ ଆପଣ ଓ ଆପଣଙ୍କ ସରକାରର କୌଣସି ଆନ୍ତରିକତା ନାହିଁ କିମ୍ବା କିଛି କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁନଥିବା ଭଳି ମନେ ହେଉଛି ।

ପରିସ୍ଥିତି ସଙ୍ଗୀନ ହେବା ପୂର୍ବରୁ ଆମେ ପୁନର୍ବାର ଆପଣଙ୍କୁ କହୁଛୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଥୀରେ ସମସ୍ତ ଡ୍ରାଇଭର ସଂଘକୁ ଡକାଇ ସମାଧାନର ସୂତ୍ର ବାହାର କରନ୍ତୁ । ଅହଙ୍କାର ଛାଡି ଭଲ ଚିନ୍ତା କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲୋଇସିଂହା ବିଧାୟକ ଶ୍ରୀ ମହାଲିଙ୍ଗ୍ ଟ୍ୱିଟ୍ କରିଛନ୍ତି ।