ଦିଲ୍ଲୀ କ୍ୟାପିଟାଲ୍ସ ବାଛିଲା ନୂଆ କ୍ୟାପଟେନ୍

IPL2023

ନୂଆଦିଲ୍ଲୀ : ଭୟଙ୍କର ସଡକ ଦୁର୍ଘଟଣାରେ ଆହତ ହେବା ପରେ ଆଇପିଏଲରୁ ବାଦ୍ ପଡିସାରିଛନ୍ତି ରିଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଥିବା ଏହି ଖେଳାଳି, ଏଥର ଆଇପିଏଲରୁ ବାଦ୍ ପଡିବା ଦିଲ୍ଲୀ ଫ୍ୟାନ୍ସକୁ ନିରାଶ କରିଛି । ତେବେ ଏହାରି ଭିତରେ ଆଗାମୀ ଆଇପିଏଲ୍ ସିଜିନ୍ ପାଇଁ ନୂଆ କ୍ୟାପଟେନ୍ ବାଛିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ଦଳ ନୂଆ ଅଧିନାୟକ ନିଯୁକ୍ତ କରିଥିବାବେଳେ, ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳ ଉପ-ଅଧିନାୟକ ଭାବେ ନିଯୁକ୍ତ କରିଛି ।

ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏନେଇ ପ୍ରଥମେ ସୂଚନା ଦିଆଯାଇଥିଲା । ଦଳ ୱାର୍ଣ୍ଣର ଆଉ ଅକ୍ଷରଙ୍କର ଫଟୋ ସେୟାର କରି, ଦୁହିଁଙ୍କୁ କ୍ୟାପଟେନ୍ ଓ ଭାଇସ-କ୍ୟାପଟେନ୍ ଦାୟିତ୍ୱ ଦେଇଥିବା ସୂଚନା ଦେଇଥିଲା । ତେବେ ୩୬ ବର୍ଷୀୟ ୱାର୍ଣ୍ଣରଙ୍କ ପାଖରେ ପୂର୍ବରୁ ବି ଆଇପିଏଲ୍ କ୍ୟାପେଟନ୍ସି କରିବାର ଅଭିଜ୍ଞତା ଥିବାବେଳେ, ତାଙ୍କ କ୍ୟାପଟେନ୍ସିରେ ଦିଲ୍ଲୀ ଏଥର ଚାମ୍ପିୟନ୍ ହେବାକୁ ଲକ୍ଷ୍ୟ ରଖିଛି ।