ବିଜେଡିକୁ ହରାଇବା ମୁସ୍କିଲ ନୁହେଁ ଅସମ୍ଭବ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ କ୍ଷମତାରୁ ହଟାଇବା ବିଜେପି ପକ୍ଷେ କାଠିକର ପାଠ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁହୁକ ଅନ୍ୟ ରାଜ୍ୟରେ କାଟୁ କରିପାରେ । ମାତ୍ର ଓଡ଼ିଶାରେ କାଟୁ କରିବନି; କାରଣ ଦୀର୍ଘ ୨୫ ବର୍ଷ ଧରି ଯୋଉ କୋଢ଼ିଆ ଜାତି ମାଗଣା ଚାଉଳ, କାଳିଆ ଟଙ୍କା, ଛତା, କମ୍ବଳ, ଚପଲ, ଧୋତି, ଶାଢ଼ିକୁ ଜୀବନର ମାନଦଣ୍ଡ କରି ସାରିଲାଣି ।

ସେ ଜାତିକୁ ବିଜେପି ତା’ ଛାଂଚରେ ପକାଇ ଓଡ଼ିଶା ବିଧାନସଭାକୁ ଦଖଲ କରିବା କେଜାଣି କେମିତି କେମିତି ଲାଗୁଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯେତେ ଚେଷ୍ଟା କଲେ ମଧ୍ୟ  ଭୋକିଲା ଭୋଟରଙ୍କୁ ମନାଇ ୫୧ ଭାଗ ଭୋଟ ହାତେଇ ।ରିବେନି । ୨୦୧୯ରୁ ୨୦୨୩ ଭିତରେ ଯେତେଗୁଡ଼ିଏ ଉନିର୍ବାଚନ ହୋଇଛି; ତା’ ଭିତରୁ କେବଳ ଧାମନଗରକୁ ଛାଡ଼ିଦେଲେ ଆଉ ସବୁଥିରେ ବିଜେଡି ବାଜି ମାରିଛି ।

ବିଜେଡିର ଦୁର୍ବଳତାକୁ ରାଜ୍ୟ ବିଜେପି ଠିକ ଭାବେ ବ୍ୟବହାର କରିପାରୁନି । ଅନ୍ୟ ଦିଗରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ମଧ୍ୟରେ ତାଳମେଳ ରହୁନି । ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରୁଟେ ହେଲେ ଓଡ଼ିଶାକୁ ଆସିନାହାନ୍ତି । କ’ଣ ପାଇଁ?

ତାହା ଏବେ ପ୍ରତି ଓଡ଼ିଆଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି । ସମସ୍ତଙ୍କ ମନରେ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ ନବୀନ-ନରେନ୍ଦ୍ରଙ୍କ ଭିତରେ କିଛି ଗୋଟିଏ ଭିତିରିଆ ବୁଝାମଣା ହୋଇଛି ।