ମାଙ୍କଡ଼ ହାତରେ ଶାଳଗ୍ରାମ

ଶାଳଗ୍ରାମ ସାମାନ୍ୟ ପଥରଟିଏ । ସେହି ଶାଳଗ୍ରାମଟିକୁ ପ୍ରଭୁ ନାରାୟଣ ମଣି ବ୍ରାହ୍ମଣଟିଏ ଅତି ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରିଥାଏ । ମାତ୍ର ସେହି ଶାଳଗ୍ରାମଟି ଗୋଟିଏ ମାଙ୍କଡ଼ ହାତରେ ପଡ଼ିଲେ ସେ ତାକୁ ପୂଜାର୍ଚ୍ଚନା କରିବ ନା ରାସ୍ତାକଡ଼କୁ ଫିଙ୍ଗିଦେବ ।

ଆମମାନଙ୍କ ଭିତରେ କେତେଜଣ ଶାଳଗ୍ରାମ ଅଛନ୍ତି । କେତେଜଣ ମାଙ୍କଡ଼ ଅଛନ୍ତି । ତାହା ଆମେ ସମସ୍ତେ ବିଚାର କରିବା ଜରୁରୀ । ଶହଶହ ବର୍ଷ ଧରି ରାଜାରାଜୁଡା ଓ ବ୍ରିଟିଶ ସରକାରଙ୍କ ଗୋଲାମଗିରି କରିବା ଭିତରେ ଆମେ ଆଉ ମଣିଷ ହୋଇ ରହିନାହୁଁ ।

ଆମ ରକ୍ତମାଂସ ହାଡ଼ରେ ଗୋଲାମଗିରି ଭରିରହିଛି । ତେଣୁ ସ୍ୱାଧିନତାର ପ୍ରକୃତ ଅର୍ଥ ବୁଝିବାକୁ ଆମେ ଅକ୍ଷମ । ଯୋଉମାନେ ସ୍ୱାଧିନତାର ବାସ୍ତବ ଅର୍ଥ ବୁଝି ପାରିଛନ୍ତି, ସେମାନେ ଆମରି ଭୋଟ ବଳରେ ରାଜା ହୋଇ ଆମକୁ ଗୋଲାମ କରି ରଖିଛନ୍ତି ।

ଗଣତନ୍ତ୍ରଟା ଆମ ପାଇଁ ଶାଳଗ୍ରାମ । ସମ୍ବିଧାନର ପ୍ରତିଟି ଧାରା ଆମ ପାଇଁ ବେଦମନ୍ତ୍ର । ଆମ ଭଳି ମାଙ୍କଡଙ୍କ ପକ୍ଷେ ଗଣତନ୍ତ୍ର ଓ ସମ୍ବିଧାନ ଅଲୋଡ଼ା ହୋଇଯାଇଛି । ସେଇଥିପାଇଁ ତ ଆମେ ମତଦାନକୁ ନାପସନ୍ଦ କରୁଛୁ । ପ୍ରତି ନିର୍ବାଚନରେ ୩୫ ଭାଗ ଭୋଟର ସେମାନଙ୍କ ମତଦାନ କରୁନାହାନ୍ତି । କ’ଣ ପାଇଁ?