କେମିତି କାଟିବ ୨୦୨୪

ଇଂରାଜୀ ନବବର୍ଷ ୨୦୨୪ କେମିତି ରହିବ, କେଉଁ କେଉଁ ଗ୍ରହ ଆପଣଙ୍କ ରାଶିକୁ ସ୍ପର୍ଶ କରିବେ; କେମିତି କଟିବ ନୂଆବର୍ଷର ପ୍ରଥମ ଦିନ। ଏସବୁ ନେଇ ଜ୍ୟୋତିର୍ବିଦ, ଶାସ୍ତ୍ର, ଆଲମାନାକ, ବକ୍ତବ୍ୟ, ବିଶ୍ୱାସ ଓ ଶାସ୍ତ୍ର କ’ଣ କହିଛନ୍ତି ଜାଣନ୍ତୁ..

ମେଷ: ମେଷ ରାଶି ପାଇଁ ବର୍ଷ ଆରମ୍ଭରୁ ଟିକେ କଷ୍ଟ ଦେଖାଯିବ ଓ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। କିନ୍ତୁ ମେ’ ମାସ ପରେ ବହୁତ ଶୁଭଫଳ ମିଳିବ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ। ଏହି ରାଶିରେ ବର୍ତ୍ତମାନ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ଅନ୍ୟ ରାଶିକୁ ଚଳନ କରିବେ।

ବୃଷ: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଲାଭ ମିଳିବ, କିନ୍ତୁ ଗୁପ୍ତଶତୃଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ମେ’ ମାସ ପରେ ଟିକେ ଅସୁବିଧାରେ ପଡ଼ିପାରନ୍ତି। ଜନ୍ମ ବୃହସ୍ପତି ହେତୁ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଯିବ। ଯାନବାହନ ବରାଦ ମୁତାବକ ଆସିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ରହିବେ।

ମିଥୁନ: ମିଥୁନ ରାଶିରେ ଏକାଦଶ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ଦ୍ୱାଦଶ ଭାବରେ ବୃହସ୍ପତି ଚଳନ କରିବେ। ମିଥୁନ ରାଶି ପାଇଁ ନବମ ଭାବରେ ଶନି ମହାଗ୍ରହ ବର୍ଷସାରା ରହିବେ। ବର୍ଷର ଆରମ୍ଭ ମିଥୁନ ରାଶି ପାଇଁ ସୁଖଦାୟକ ଓ ଲାଭଦାୟକ ହେବ ଏବଂ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ସନ୍ତାନ ମାନଙ୍କର ପାଠପଢ଼ାରେ ଉନ୍ନତି ହେବା ସହ ଚାକିରି କ୍ଷେତ୍ରରେ ସଫଳତା ପାଇବେ। କାହାରି ସହିତ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ନଚେତ ଠକାମିରେ ପଡ଼ିପାରନ୍ତି। କୋର୍ଟକଚେରୀ କେସକୁ ଆଗକୁ ନବଢ଼ାଇ ନିଜ ଭିତରେ ସମାଧାନ କରିଦେଲେ ବହୁତ ଭଲ ହେବ।

କର୍କଟ: କର୍କଟ ରାଶିରେ ବର୍ତ୍ତମାନ ଦଶମ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ଏକାଦଶ ଭାବରେ ବୃହସ୍ପତି ଚଳନ କରିବେ। କର୍କଟ ରାଶି ପାଇଁ ଶନି ମହାଗ୍ରହ ଅଷ୍ଟମ ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ କର୍କଟ ରାଷି ପାଇଁ ଶୁଭଫଳ ମିଳିବ ନାହିଁ ଏବଂ ମେ’ ମାସ ପର୍ଯ୍ୟନ୍ତ ଜଗିରଖି ଚଳିବେ।

ସିଂହ: ସାତ୍ତ୍ବିକ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ସିଂହ ରାଶିରେ ବର୍ତ୍ତମାନ ନବମ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସରେ ଦଶମ ଭାବରେ ବୃହସ୍ପତି ଚଳନ କରିବେ। ସିଂହ ରାଶି ପାଇଁ ଶନି ମହାଗ୍ରହ ସପ୍ତମ ଭାବରେ ବର୍ଷସାରା ରହିବେ। ବର୍ଷ ଆରମ୍ଭରୁ ସିଂହ ରାଶି ପାଇଁ ଶୁଭଫଳ ମିଳିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।

କନ୍ୟା: କନ୍ୟା ରାଶିରେ ବର୍ତ୍ତମାନ ଅଷ୍ଟମ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ନବମ ଭାବରେ ବୃହସ୍ପତି ଚଳନ ହେବେ। ବର୍ଷ ଆରମ୍ଭରୁ କନ୍ୟା ରାଶି ପାଇଁ ଶୁଭ ଫଳ ମିଳିବ ନାହିଁ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଯିବ। ଯେକୌଣସି କାମ କରିବେ ଭାବିଚିନ୍ତି କରିବେ, ନଚେତ ଅସୁବିଧାରେ ପଡ଼ିପାରନ୍ତି। ମେ’ ମାସ ପରେ ନବମ ବୃହସ୍ପତି ଚଳନ ହେଲେ ଶୁଭ ଫଳ ମିଳିବ। ରାଜନୀତି କ୍ଷେତ୍ରରେ ଲାଭ ମିଳିବା ସହିତ ବ୍ୟବସାୟରେ ଲାଭ ମିଳିବ।

ତୁଳା: ବର୍ଷ ଆରମ୍ଭରେ ଶୁଭଫଳ ମିଳିବ ଓ ଆର୍ଥିକ ଅଭିବୃଦ୍ଧି ଘଟିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ କଳାସଂସ୍କୃତିରେ ମାନସମ୍ମାନ ପାଇବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବା ସହ ପଦୋନ୍ନତି ପାଇବେ। କିନ୍ତୁ ମେ ମାସ ପରେ ଜଗିରଖି ଚାଲିବେ। ଏମିତିକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ସତ୍‌କର୍ମରେ ନିୟୋଜିତ ହୋଇ ଜନସାଧାରଣଙ୍କ ପ୍ରଶଂସାଭାଜନ ହେବେ। ମନ ପ୍ରସନ୍ନ ରହିବ। ଉଚ୍ଚ ସମ୍ମାନ ଲାଭ କରିବେ।

ବିଛା: ବିଛା ରାଶିରେ ବର୍ତ୍ତମାନ ଷଷ୍ଠ ଭାବରେ ବୃହସ୍ପତି ଅଛନ୍ତି ଏବଂ ମେ’ ମାସରେ ସପ୍ତମ ଭାବରେ ବୃହସ୍ପତି ଚଳନ କରିବେ। ବର୍ଷ ଆରମ୍ଭରୁ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଶୁଭଫଳ ମିଳିବ ନାହିଁ। ଏମିତିକି କାହାରି ସହିତ ମତାନ୍ତର ହେଇପାରେ। କିନ୍ତୁ ମେ’ ମାସ ପରେ ଶୁଭଫଳ ମିଳିବ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ମାନସମ୍ମାନ ମିଳିବ। ବିଛା ରାଶିରେ ବର୍ତ୍ତମାନ ଚତୁର୍ଥ ଭାବରେ ଶନି ଥିବାରୁ ଶନିଢେୟା ସମୟ ଚାଲିଛି।

ଧନୁ: ଶନି ମହାଗ୍ରହ ତୃତୀୟ ଭାବରେ ବର୍ଷସାରା ରହିବେ। ବର୍ଷ ଆରମ୍ଭରୁ ଧନୁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ ଓ ସ୍ୱାସ୍ଥ୍ୟ ପାଇଁ ଟିକେ ଚିନ୍ତାରେ ରହିବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ। ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଧନବାନ୍‌ ହେବେ।

ମକର: ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ ନାହିଁ। ସେଥିପାଇଁ ଜଗିରଖି ଚାଲିବାକୁ ପଡ଼ିବ। ମକର ରାଶି ପାଇଁ ବର୍ତ୍ତମାନ ସାଢ଼େ ସାତ ଶନିର ସମୟ ଚାଲିଥିବାରୁ ବହୁତ ବାଧାବିଘ୍ନ ଦେଇ ଗତି କରିବେ। ନିଜ ଲୋକ ସହିତ ମତାନ୍ତର ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ମେ’ ମାସ ପରେ ଶୁଭଫଳ ମିଳିବ। କଳହ ଠାରୁ ଦୁରେଇ ରୁହନ୍ତୁ।

କୁମ୍ଭ: କୁମ୍ଭ ରାଶି ପାଇଁ ଶନି ମହାଗ୍ରହ ଜନ୍ମଶନି ଭାବରେ ବର୍ଷ ତମାମ ରହିବେ। ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ ନାହିଁ। କିଛି ସମସ୍ୟା ଦେଖାଯିବ। ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ ଏବଂ ଚେଷ୍ଟା କରନ୍ତୁ ଋଣ ନକରିବା ପାଇଁ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ ଆଳସ୍ୟ ବୃଦ୍ଧି ପାଇବ। ଆଣ୍ଠୁଗଣ୍ଠି ସମସ୍ୟା ଓ ଅର୍ଶ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟରେ ବାଧାବିଘ୍ନ ଦେଖାଦେଲେ ମଧ୍ୟ ମେ’ ମାସ ପରେ ଶୁଭଫଳ ମିଳିବ।

ମୀନ: ଦ୍ଵିତୀୟ ଭାବରେ ବୃହସ୍ପତି ଅଛନ୍ତି ଓ ମେ’ ମାସ ପରେ ତୃତୀୟ ଭାବରେ ଚଳନ ହେବେ। ମୀନ ରାଶି ପାଇଁ ଶନି ମହାଗ୍ରହ ଦ୍ୱାଦଶ ଭାବରେ ବର୍ଷସାରା ରହିବେ ଯାହାକି ସାଢ଼େସାତ କବଳରେ ମୀନ ରାଶିର ବ୍ୟକ୍ତିମାନେ ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ। ବିବାଦ ଭିତରେ ରୁହନ୍ତୁ ନାହିଁ। କୋର୍ଟକଚେରୀ ମାମଲାକୁ ନବଢ଼ାଇ ନିଜ ଭିତରେ ଆପୋଷ ବୁଝାମଣା କରିଦିଅନ୍ତୁ। କଷ୍ଟ ସହିଷ୍ଣୁ ହେବେ। ସୁଖୀ ହେବେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକ / ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା)