ତେଲ ମାରିବ ତ ଅନୁରାଗ ଠାକୁରଙ୍କ ଭଳି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗେରୁଆ ରଙ୍ଗର ହୁଡିଟିଏ ପିନ୍ଧି ସଂସଦରେ ପ୍ରବେଶ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୁଡିର ସମ୍ମୁଖ ଭାଗରେ ଲେଖାଯାଇଛି ନମୋ ହାଟ୍ରିକ୍‌ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟପାତ୍ର ହେବା ପାଇଁ ଅନୁରାଗଙ୍କ କୌଶଳ ଭାରି ଚମକ୍ରାର । ତେବେ ଦେଶର ୭୯ କୋଟି ଭୋଟରଙ୍କ ମନକୁ ସେ କିଭଳି ପଢ଼ିପାରିଲେ ଓ ଲୋକସଭା ନିର୍ବାଚନରେ ବିଜେପିକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି କହିପାରିଲେ; ତାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି ।

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋଉ କୌଶଳ ପ୍ରୟୋଗ କରାଯାଇଥିଲା । ତାହା କେବଳ ବିଜେପି ଶାସିତ ରାଜ୍ୟରେ ସମ୍ଭବ ।ମୋଦିଙ୍କ ଦ୍ୱିତୀୟ ପାଳିର ଶେଷ ଅଧିବେଶନର ଅନ୍ତିମ ଚରଣରେ ଅନୁରାଗ ଠାକୁର ପରୋକ୍ଷରେ ମୋଦିଙ୍କୁ କହିଛନ୍ତି, ‘ମାନ୍ୟବର, ମୋ ଭଳି ଗୋଟିଏ ଅପଦାର୍ଥକୁ ଆପଣ ମହାନ୍‌ କରିଛନ୍ତି । ଆଗାମୀ ଦିନରେ ମୋତେ ଆପଣଙ୍କ କ୍ୟାବିନେଟରେ ମୋତେ ସ୍ଥାନ ମିଳିଲେ ଜୀବନଟା ସାର୍ଥକ ହୋଇଯିବ ।’